ସମ୍ପାଦକ :- ଜିତେନ୍ଦ୍ର ତାଣ୍ଡି

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

ମାନଝରୀ ଅଙ୍ଗନୱାଡ଼ି କେନ୍ଦ୍ର -(୨) ଠାରେ ୯ମ ପୋଷଣ ମାହ ଅଙ୍ଗନ୍ କା ଉତ୍ସବ ପାଳିତ ହେଲା, ଏହି କାର୍ଯ୍ୟ କ୍ରମ “ଆଜି ଠାରୁ ତା ୨୯/୦୯/ ୨୬ ରିଖ ପର୍ଯ୍ୟନ୍ତ ପ୍ରଜାୟ କ୍ରମେ ଜାରି ରହିବ”

କଳାହାଣ୍ଡି/ତା ୨୭/୦୯/ରିଖ ନ୍ୟାୟଭୂମିସମ୍ବାଦ/ବେଣୁଧର ବିଶି
ଭାରତର ପ୍ରଧାନ ମନ୍ତ୍ରୀ ମାନ୍ୟବର ଶ୍ରୀ ନରେନ୍ଦ୍ର ମୋଦି ୭୬ ତମ ଜନ୍ମ ଜୟନ୍ତୀ ଅବସରରେ ରେ ଚଳିତ ବର୍ଷ ସେପ୍ଟେମ୍ବର ତା ୦୧/୦୯/୨୬ ରିଖ ଠାରୁ ଅକ୍ଟୋବର ୦୯/୧୦/୨୬ ରିଖ ପର୍ଯ୍ୟନ୍ତ ଦେଶବ୍ୟାପି ସମସ୍ତ ଅଙ୍ଗୱାଡ଼ି କେନ୍ଦ୍ର ମାନଙ୍କରେ ୯ମ ପୋଷଣ ମାହ ,ଅଙ୍ଗନ୍ କା ଉତ୍ସବ ପାଳିତ ହେଉ ଅଛି।ସେହି ପରି ପେଖିରେ ଆଜି ଶିଶୁ ବିକାଶ ପ୍ରକଳ୍ପ      ଗୋଲାମୁଣ୍ଡା
ଅନ୍ତର୍ଗତ ମାନଝରୀ ମଣ୍ଡଳ ର ମାନଝରୀ ଅ:କେନ୍ଦ୍ର -୨ ଠାରେ ଉକ୍ତ ଉତ୍ସବ ପାଳିତ ହୋଇ ଯାଇଛି। ଏହା ପର୍ଯ୍ୟାୟ କ୍ରମେ ଆଦ୍ୟ ତା ୨୭/୦୯/୨୬ ରିଖ ଠାରୁ ଆରମ୍ଭ ହୋଇ ତା ୨୯/୦୯/୨୬ ରିଖ ଶେଷ ହେବାର ସୂଚନା ମିଳିଛି। ଆଜି ଏହି କାର୍ଯ୍ୟ କ୍ରମରେ ଅଭି ଭାବକ ମାନ (ପିତା) ଙ୍କ ଦ୍ଵାରା ଘୃହରୁ ହାତ ତିଆରି ପୋଷଣ ପିଠା , ଚୁଡ଼ା ,ଉପମା, ମାଣ୍ଡିଆ ଚକୁଳି, ଅଟା ତିଆରି ଚକୁଳି, ଆଉ ସୂଜି ତିଆରି ପିଠା ଓ ଅନ୍ୟାନ୍ୟ ବ୍ୟଞ୍ଜନ ର ପ୍ରଦର୍ଶନ କରା ଗଲା ଓ ଏହା ଖାଇବା ଦ୍ଵାରା ଶିଶୁ ମାନଙ୍କର ଶାରୀରିକ ବିକାଶ କିପରି ହୁଏ ସେ ବିଷୟ ରେ ଜାଣିବା ଆଜିର ପ୍ରଦର୍ଶନି ର ମୂଳ ଲକ୍ଷ୍ୟ ଥିଲା।ଉକ୍ତ ଉତ୍ସବ ରେ ଗ୍ରାମର ଭଦ୍ର ବ୍ୟକ୍ତି ମାନେ,ଆଶା,ଅଙ୍ଗୱାଡ଼ି ସହାୟୀକା,ଗର୍ଭବତୀମାଁ,ପ୍ରସୂତି ମାଁ,
ଅଙ୍ଗନୱାଡି କର୍ମୀ ବେଲମତି ପଟେଲ ଅ:କେନ୍ଦ୍ର -୨ ଭାନୁପ୍ରିୟା ସୁନାନୀ,
ଅ:କେନ୍ଦ୍ର -୧ ଅନିତା ମାଝୀ ଅ: କେନ୍ଦ୍ର ଦର୍ଲିପଡ଼ା ଓ ମାତୃ କମିଟି, ଯାଞ୍ଚ କମିଟି ର ସମସ୍ତ ସଦସ୍ୟ, ସଦସ୍ୟା, ଓ ୦ ମାସ ଠାରୁ ୬ ବର୍ଷ ଶିଶୁ ମାନଙ୍କର ପିତା ,ମାତା, କିଶୋରୀ ବାଳିକା,ଗୋଲାମୁଣ୍ଡା ପ୍ରକଳ୍ପ ରୁ ମମତା ଯୋଜନା କାର୍ଯକ୍ରମ ସହାୟକ ଶ୍ରୀଦେବକାନ୍ତ ମେହେର, ମାନଝରୀ ମଣ୍ଡଳ ମହିଳା ଦର୍ଶିକା ରତ୍ନମଞ୍ଜରୀ ଶ୍ରିଚୁଆ ଉପସ୍ଥିତ ରହିଥିଲେ। ମମତାକାର୍ଯ୍ୟକ୍ରମ ସହାୟକ ଶ୍ରୀ ଦେବକାନ୍ତ ମେହେର ଉତ୍ସବ ର ମୂଳ

ଉଦ୍ଦେଶ୍ୟ ଓ ଉପ କାରିତା  ବିଷୟରେ ପୁଙ୍ଖାନୁପୁଖ ଭାବରେ ଉତ୍ସବ ରେ ଉପସ୍ଥିତ ଥିବା ସମସ୍ତ ଙ୍କୁ ଭୁଝାଇ ଥିଲେ ଓ ପରି ଶେଷରେ ମହିଳା ପରିଦର୍ଶିକା ରତ୍ନମଞ୍ଜରୀ ଶ୍ରିଚୁଆ ଉପସ୍ଥିତ ସମସ୍ତଙ୍କୁ ଅଭି ନନ୍ଦନ ସହିତ ଧନ୍ୟ ବାଦ ଜଣେଇ ଥିଲେ।( ପ୍ରକାଶ ଥାଉକି ମାନଝରୀ ଅ: କେନ୍ଦ୍ର ୧ ର ନିଜସ୍ଵ କେନ୍ଦ୍ର ନଥିବାରୁ ମାନଝରୀ ଅ: କେନ୍ଦ୍ର -୨ ରେ ମିଳିତ ଭାବରେ କରା ଗଲା ।)

Latest Stories