ସମ୍ପାଦକ :- ଜିତେନ୍ଦ୍ର ତାଣ୍ଡି

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

ବିଜେଡି ଓ କଂଗ୍ରେସକୁ ଝଟକା, ଦଳ ଛାଡ଼ି ବିଜେପିରେ ଯୋଗଦେଲେ ବହୁ କର୍ମୀ।

ଥୁଆମୂଳ ,ରାମପୁର ତା ୧୭/୧୦ ନ୍ୟାୟଭୂମି ସମ୍ବାଦ( ଅଙ୍ଗଦ ନାଏକ)କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ତହସିଲପଡ଼ା ପଡ଼ିଆରେ ବିଜେପି ପକ୍ଷରୁ ଏକ ବଡ଼ ଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେଡି ଓ କଂଗ୍ରେସର ବହୁ କର୍ମୀ ନିଜ ନିଜ ଦଳ ଛାଡ଼ି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଏହି ଘଟଣାକୁ ନେଇ ଅଞ୍ଚଳର ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି।

ଯୋଗଦେଇଥିବା କର୍ମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶାସନ ଶୈଳୀ ଏବଂ ନୀତିରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଥିବା ପ୍ରକାଶ କରିଛନ୍ତି।

ଏହି ମିଶ୍ରଣ ପର୍ବରେ ଥୁଆମୂଳ ରାମପୁର ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ ଘାସିରାମ ନାଏକଙ୍କ ସମେତ ଅଗ୍ନି ନାଏକ, ବଂଶୀଧର ମାଝୀ, ନିକେନ ମାଝୀ, ଦାନୀ ନାଏକ, କ୍ରିଷ୍ଣା ମାଝୀ, ସୁନୀଲ ମାଝୀ, ରାଜେନ୍ଦ୍ର ମାଝୀ, ଉଗ୍ରେସେନ ନାଏକ, ଉର୍ମିଳା ନାଏକ, ରଜନ ନାଏକ, ପୂର୍ଣ୍ଣଚନ୍ଦ୍ର ନାଏକ, ମହେଶ୍ୱର ମାଝୀ, ପ୍ରଦୀପ ନାଏକ, ତ୍ରିଲୋଚନ ମାଝୀ ଓ ଅସ୍ପିନ ନାଏକଙ୍କ ସମେତ ବହୁ କର୍ମୀ ବିଜେପିରେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ଡୁମେରପଦର ମଣ୍ଡଳ ସଭାପତି ପୁଷ୍ପ ନାଏକ, ମଣ୍ଡଳ ପ୍ରଭାରୀ ସୁଶାନ୍ତ ନାଏକ, ସାଧାରଣ ସମ୍ପାଦକ ଚନ୍ଦନ ନାଏକ, ସମ୍ପାଦକ ଆଲୋକ ନାଏକ, ଥୁଆମୂଳ ରାମପୁର ମଣ୍ଡଳ ସମ୍ପାଦକ ମହାଦେବ ପ୍ରସାଦ ସିଂଙ୍କ ସମେତ ବରିଷ୍ଠ ବିଜେପି ନେତା ବାଜ୍ରା ଭୋଇ, ବିପିନ ବିହାରୀ ନାଏକ, କୃଷ୍ଣଚନ୍ଦ୍ର ପରିଚ୍ଛା, ଧନୁ ନାଏକ, ଜିତେନ୍ଦ୍ର ନାଏକ, ରାଧାକାନ୍ତ ନାଏକ, ଅଭିରାମ ନାଏକ, ଅଜିତ କୁମାର ନାଏକ, ସୁଶୀଲ କୁମାର ସାହୁ ଓ ଭରତ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ।

ବିଜେଡି ଓ କଂଗ୍ରେସରୁ ବହୁ କର୍ମୀ ବିଜେପିରେ ଯୋଗ ଦେବା ପରେ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ଦଳର ସାଂଗଠନିକ ଶକ୍ତି ଆହୁରି ବୃଦ୍ଧି ପାଇବ ବୋଲି ଦଳୀୟ ପଦାଧିକାରୀମାନେ ଆଶାବ୍ୟକ୍ତ କରିଛନ୍ତି। ଆଗାମୀ ଦିନରେ ଅଞ୍ଚଳର ଅନ୍ୟ ଲୋକମାନେ ମଧ୍ୟ ବିଜେପିରେ ସାମିଲ ହେବେ ବୋଲି ଦଳ ପକ୍ଷରୁ ଆଶା ପ୍ରକାଶ କରାଯାଇଛି। ଏଥିସହ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ପାଇଁ ଦଳ ପକ୍ଷରୁ ନିୟମିତ ପଦକ୍ଷେପ ନିଆଯାଉଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି।

ସତ୍ୟର ସହିତ : ନ୍ୟାୟର ପଥରେ

ନ୍ୟାୟଭୂମି ସମ୍ବାଦ/ସମ୍ପାଦକ :- ଜିତେନ୍ଦ୍ର ତାଣ୍ଡି

Latest Stories