ଚେନ୍ନାଇ: ଆସନ୍ତା ଉପନିର୍ବାଚନକୁ ନେଇ ତାମିଲନାଡୁର ମଦୁରାନ୍ତକମ୍ ଓ ଧାରାପୁରମ୍ରେ TVK ମୁଖ୍ୟ ବିଜୟଙ୍କ ପ୍ରଚାରକୁ ନେଇ ରାଜନୈତିକ ବିବାଦ ଦେଖାଦେଇଛି। ବିଜୟଙ୍କ ପ୍ରଚାର ଶୈଳୀକୁ ନେଇ DMK ମୁଖ୍ୟ ଏମ୍.କେ. ଷ୍ଟାଲିନ୍ ଓ ଉଦୟନିଧି ଷ୍ଟାଲିନ୍ ସମାଲୋଚନା କରିଥିଲେ।
ଲୋକଙ୍କ ସହ ଚା’ ପିଇବା, ଟ୍ରାକ୍ଟର ଚଳାଇବା ଓ ଭୋଟରମାନଙ୍କ ସହ ମିଶିବା ଘଟଣାକୁ ନେଇ DMK ପକ୍ଷରୁ ପ୍ରଶ୍ନ ଉଠାଯାଇଥିଲା। ଏମ୍.କେ. ଷ୍ଟାଲିନ୍ ଏହି ପ୍ରଚାରକୁ ‘ଶୁଟିଂ’ ବୋଲି ମଧ୍ୟ କହିଥିଲେ।
ଏହାର ଜବାବରେ ବିଜୟ କହିଛନ୍ତି, “ମୁଁ କେବଳ ନିର୍ବାଚନ ସମୟରେ ଲୋକଙ୍କୁ ଭେଟୁଥିବା ବ୍ୟକ୍ତି ନୁହେଁ। ମୁଁ ଯେତେବେଳେ ଚାହିଁବି ଏବଂ ଯେତେଥର ଚାହିଁବି ମୋ ଲୋକଙ୍କୁ ଭେଟିବି। ଏଥିରେ ଆପଣଙ୍କର କ’ଣ ଅସୁବିଧା?”
ଅନ୍ୟପକ୍ଷରେ, ଷ୍ଟାଲିନ୍ ପ୍ରଶ୍ନ କରିଥିଲେ ଯେ ୨୦୨୬ ବିଧାନସଭା ନିର୍ବାଚନ ସମୟରେ ଯେଉଁ ଅଞ୍ଚଳରେ ବିଜୟ କମ୍ ପ୍ରଚାର କରିଥିଲେ, ସେଠାରେ ଉପନିର୍ବାଚନ ପାଇଁ କାହିଁକି ଏତେ ଜୋରଦାର ପ୍ରଚାର କରୁଛନ୍ତି।ଷ୍ଟାଲିନ୍ ଆହୁରି କହିଥିଲେ ଯେ ବିଜୟ ନିଜ ନିର୍ବାଚନମଣ୍ଡଳୀ ପେରାମ୍ବୁର୍କୁ ବିଜୟ ପରେ କେବଳ ଥରେ ଯାଇଥିବା ବେଳେ, ମଦୁରାନ୍ତକମ୍କୁ ଦୁଇଥର ଯାଇଛନ୍ତି ଏବଂ ଉପନିର୍ବାଚନ ପାଇଁ ବିଭିନ୍ନ ଅଞ୍ଚଳରେ ପ୍ରଚାର କରୁଛନ୍ତି।”ଷ୍ଟାଲିନ୍ ଆହୁରି କହିଥିଲେ ଯେ ବିଜୟ ନିଜ ନିର୍ବାଚନମଣ୍ଡଳୀ ପେରାମ୍ବୁର୍କୁ ବିଜୟ ପରେ କେବଳ ଥରେ ଯାଇଥିବା ବେଳେ, ମଦୁରାନ୍ତକମ୍କୁ ଦୁଇଥର ଯାଇଛନ୍ତି ଏବଂ ଉପନିର୍ବାଚନ ପାଇଁ ବିଭିନ୍ନ ଅଞ୍ଚଳରେ ପ୍ରଚାର କରୁଛନ୍ତି।”









