ସମ୍ପାଦକ :- ଜିତେନ୍ଦ୍ର ତାଣ୍ଡି

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର ର କାନ୍ଥ, ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ଘର ଯୋଗାଇ ଦେବାକୁ ପଞ୍ଚୁ ମାଝୀଙ୍କ ନିବେଦନ”

କଳାହାଣ୍ଡି/ଗୋଲାମୁଣ୍ଡା ତା ୦୬/୧୦ ନ୍ୟାୟଭୂମି ସମ୍ବାଦ (ବେଣୁଧର ବିଶି )ଗୋଲାମୁଣ୍ଡା ବ୍ଲକ, ମାନଝରୀ ଗ୍ରାମ ପଞ୍ଚାୟତ ରେ ଅନ୍ତର୍ଭୁକ୍ତ ଥିବା ଗ୍ରିଣ୍ଡୁଲ ଗ୍ରାମର ପଞ୍ଚୁ ମାଝୀ ସ୍ବାମୀ – ରଥ ମାଝୀ ଙ୍କ ଘର ଗତ ତା : ୨୨/୦୯/୨୬ ରିଖ ଠାରୁ

ତା ୨୫/୦୯/୨୬ ରିଖ ପଯ୍ୟନ୍ତ ହୋଇଥିବା ଲଗାଣ ବର୍ଷା ଯୋଗୁଁ ତା ୨୩/୦୯/୨୬ ରିଖ ଦିନ ଗୋଟିଏ କାନ୍ଥ ସମ୍ପୂର୍ଣ ଭାବେ ଭୁଶୁଡ଼ି ଯାଇଛି। ସେ ସ୍ଥାନୀୟ ସରପଞ୍ଚ ଓ ବ୍ଲକ ଅଧ୍ୟକ୍ଷ ଙ୍କୁ ମଧ୍ୟ ମୌଖିକ ଭାବରେ ନିଜର ଅସୁବିଧା କୁ ଜଣାଇ ଥିବାର ପ୍ରକାଶ କରିଛନ୍ତି। ତାଙ୍କର ୩ ପରିବାର ୯ ସଦସ୍ୟ ଗୋଟିଏ ଘରେ ରହୁ ଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ଉକ୍ତ ଅସୁବିଧା କୁ ଦୃଷ୍ଟି ଆକର୍ଷଣ କରି ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ସ୍ଥାନୀୟ ବ୍ଲକ ପ୍ରଶାସନ, ବ୍ଲକ ଅଧ୍ୟକ୍ଷ, ପଞ୍ଚାୟତ ଅଧିକାରୀ,ଓ ସ୍ଥାନୀୟ ସରପଞ୍ଚ ଙ୍କୁ ନ୍ୟାୟଭୂମି ସମ୍ବାଦ ମାଧ୍ୟମରେ ଅନୁରୋଧ ମଧ୍ୟ୍ୟ କରିଛନ୍ତି ।

ଏବେ ଦେଖିବାକୁ ବାକି ରହିଲା ଯେ ସ୍ଥାନୀୟ ବ୍ଲକ ପ୍ରଶାସନ, ବ୍ଲକ ଅଧ୍ୟକ୍ଷ, ପଞ୍ଚାୟତ ଅଧିକାରୀ,ଓ ସ୍ଥାନୀୟ ସରପଞ୍ଚ ତଦନ୍ତ କରି ଘର ଖଣ୍ଡିଏ ଯୋଗାଇ ପଞ୍ଚୁ ମାଝୀ ଙ୍କ ଅସୁବିଧା ଦୂର କରିପାରିବେ କି ନାହିଁ ?।

ସତ୍ୟର ସହିତ: ନ୍ୟାୟର ପଥରେ

ନ୍ୟାୟଭୂମି ସମ୍ବାଦ /ସମ୍ପାଦକ:- ଜିତେନ୍ଦ୍ର ତାଣ୍ଡି

Latest Stories