କଳାହାଣ୍ଡି/ ଗୋଲାମୁଣ୍ଡା ତା ୦୭/୧୦/୨୬ ରିଖ ନ୍ୟାୟଭୂମି ସମ୍ବାଦ (ବେଣୁଧର ବିଶି) କଳାହାଣ୍ଡି ର ଅନେକ ସ୍ଥାନରେ ଦୁର୍ଗାପୂଜା ପାଇଁ ଚଳ ଚଞ୍ଚଳ ଥିବା ବେଳେ ତାର ଶାନ୍ତି ଶୃଙ୍ଖଳା କୁ ଦୃଷ୍ଟିରେ ରଖି ଆଜି ଗୋଲାମୁଣ୍ଡା ପୋଲିସ ପ୍ରଶାସନ ପକ୍ଷରୁ ଥାନା ଅଧିକାରୀ (IIC) ଶ୍ରୀ ଯଶୋବନ୍ତ ସେମଲା ଙ୍କ ସଭା ପତିତ୍ୱରେ ଶାନ୍ତି କମିଟିର ଗଠନ ହୋଇଛି। ସଭାରେ ,ମାନଝରୀ,ବୃନ୍ଦାବାହାଲ, ଖଲିଆକାନି ଓ ଗୋଲାମୁଣ୍ଡା ଏହି ଚାରି ଗୋଟି ଗ୍ରାମର ସଭା ପତି,ସମ୍ପାଦକ,କୋଷା ଦକ୍ଷ, ଏବଂ ଚାରି ଗୋଟି ଦୁର୍ଗାପୂଜା କମିଟି ର ସଦସ୍ୟ, ସମସ୍ତ ପୋଲିସ ଷ୍ଟାଫ ମଧ୍ୟ ଉପସ୍ଥିତ ଥିଲେ। ଥାନା ଅଧିକାରୀ ଶ୍ରୀ ସେମଲା ସମସ୍ତ ଗ୍ରାମର ପୂଜା କମିଟି ର ସଭାପତି, ସମ୍ପାଦକ ସଦସ୍ୟ, ଗ୍ରାମବାସୀ ଓ ପୋଲିସ ପ୍ରଶାସନ ମିଳିତ ଭାବରେ ଦାୟିତ୍ଵ ନେଇ ଶାନ୍ତି ଶୃଙ୍ଖଳା,ର ସହିତ ପୂଜା ଟିକୁ ସାଫଲ୍ୟ କରି ପାରିବା ବୋଲି ସମସ୍ତଙ୍କୁ ବୁଝାଇ ଥିଲେ। ପରି ଶେଷରେ ସମାଜସେବୀ ଶ୍ରୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଓ ଗୋକୁଳ ଚନ୍ଦ୍ର ପୁଟେଲ ପୋଲିସ ପ୍ରଶାସନ କୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ।

ନ୍ୟାୟଭୂମି ସମ୍ବାଦ/ ସମ୍ପାଦକ :-ଜିତେନ୍ଦ୍ର ତାଣ୍ଡି









