ସମ୍ପାଦକ :- ଜିତେନ୍ଦ୍ର ତାଣ୍ଡି

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

ଗୋଲାମୁଣ୍ଡା OAVରେ ଜୁଭେଣ୍ଟିକା ଆଉଟ୍‌ରିଚ୍ କାର୍ଯ୍ୟକ୍ରମ” ବାଲ୍ୟବିବାହ, ଶିଶୁ ଶ୍ରମ ଓ ସାଇବର ଅପରାଧ ରୋକିବାକୁ ଛାତ୍ରଛାତ୍ରୀଙ୍କୁ ସଚେତନତା”

ଗୋଲାମୁଣ୍ଡା/ତା ୧୦/୧୦/୨୬ ରିଖ ନ୍ୟାୟଭୂମି ସମ୍ବାଦ (ଶ୍ୟାମ ସୁନ୍ଦର ଅଗ୍ରୱାଲ)କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଗୋଲାମୁଣ୍ଡା ର ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV) ରେ ଜୁଭେଣ୍ଟିକା (JUVENTICA) ଆଉଟ୍‌ରିଚ୍ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ କିଶୋର ବାଳକ,କିଶୋରୀ ବାଳିକା, ମାନଙ୍କ ସୁରକ୍ଷା, ଅଧିକାର, ଆଇନଗତ ସହାୟତା ଓ ସାମାଜିକ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା।

ବାଲ୍ୟବିବାହ ନିରାକରଣ, ଶିଶୁ ଶ୍ରମ ରୋକିବା, ଶିଶୁ ଅଧିକାର ଓ ସୁରକ୍ଷା, ଲିଙ୍ଗଗତ ସମାନତା, ସାଇବର ଅପରାଧରୁ ସୁରକ୍ଷା ଏବଂ ମାନସିକ ସ୍ୱାସ୍ଥ୍ୟ ଭଳି ବିଷୟରେ ଆଲୋଚନା କରାଯାଇଥିଲା। କୌଣସି ପ୍ରକାରର ନିର୍ଯାତନା, ଶୋଷଣ କିମ୍ବା ଅନ୍ୟାୟର ସମ୍ମୁଖୀନ ହେଲେ ଭୟ ନକରି ଉପଯୁକ୍ତ ବ୍ୟକ୍ତି ଓ ସମ୍ପୃକ୍ତ ଅଧିକାରୀଙ୍କ ସହାୟତା ନେବାକୁ କିଶୋର-କିଶୋରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା।ବାଲ୍ୟବିବାହ ଓ ଶିଶୁ ଶ୍ରମ ଭଳି ସାମାଜିକ ସମସ୍ୟାର ନିରାକରଣ ପାଇଁ ପରିବାର, ବିଦ୍ୟାଳୟ, ପଞ୍ଚାୟତ, ପୋଲିସ୍ ଏବଂ ଶିଶୁ ସୁରକ୍ଷା ସହ ଜଡ଼ିତ ବିଭାଗଗୁଡ଼ିକର ସମନ୍ୱିତ ପ୍ରୟାସ ଆବଶ୍ୟକ ବୋଲି ମତପ୍ରକାଶ ପାଇଥିଲା।ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ କିଶୋର-କିଶୋରୀମାନଙ୍କୁ ନିଜ ଅଧିକାର ବିଷୟରେ ସଚେତନ କରିବା ସହ ଏକ ସୁରକ୍ଷିତ, ସମାନତାଭିତ୍ତିକ ଓ ଶିଶୁ-ଅନୁକୂଳ ସମାଜ ଗଠନ କରିବା ଥିଲା।ଏହି ଅବସରରେ ବରିଷ୍ଟ ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, IIC ଯଶୋବନ୍ତ ସେଲମା SI ଚଞ୍ଚଳା ତାଣ୍ଡି, ଏଡ୍ ଏଟ୍ ଆକ୍ସନ୍ ବ୍ଲକ୍ ସଂଯୋଜକ ବିନିତା ରାଉତ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ପୋଲିସ ପକ୍ଷରୁ ଆୟୋଜନ କରାଯାଇଥିଲା।

ସତ୍ୟର ସହିତ: ନ୍ୟାୟର ପଥରେ

ନ୍ୟାୟଭୂମି ସମ୍ବାଦ/ସମ୍ପାଦକ:- ଜିତେନ୍ଦ୍ର ତାଣ୍ଡି

Latest Stories