ନୂଆଦିଲ୍ଲୀ:୬୫ତମ ଜାତୀୟ ଓପନ୍ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୬ରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଲଙ୍ଗ ଜମ୍ପର୍ ସରୁନ ପାୟାସିଂ। ନୂଆଦିଲ୍ଲୀଠାରେ ଆୟୋଜିତ ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାର ପୁରୁଷ ଲଙ୍ଗ ଜମ୍ପ ବର୍ଗରେ ସେ ୭.୭୯ ମିଟର ଦୂରତା ଅତିକ୍ରମ କରି ରୌପ୍ୟ ପଦକ ହାସଲ କରିଛନ୍ତି।
ସରୁନଙ୍କ ଏହି ସଫଳତାରେ ଓଡ଼ିଶାର କ୍ରୀଡ଼ା ମହଲରେ ଆନନ୍ଦ ପ୍ରକାଶ ପାଇଛି। ତାଙ୍କର ଏହି ଉପଲବ୍ଧି ରାଜ୍ୟର ଗୌରବ ବୃଦ୍ଧି କରିବା ସହ ଯୁବ କ୍ରୀଡ଼ାବିତ୍ଙ୍କୁ ଉତ୍ସାହିତ କରିବ। ଏହି ସଫଳତା ପାଇଁ ସରୁନ ପାୟାସିଂଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣା ଯାଇଛି। 









