ସମ୍ପାଦକ :- ଜିତେନ୍ଦ୍ର ତାଣ୍ଡି

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

ଶ୍ରୀଲଙ୍କା ହେପାଜତରେ ଥିବା ୨୦ ଜଣ ମତ୍ସ୍ୟଜୀବୀଙ୍କ ମୁକ୍ତିପାଇଁ ବିଜୟ ଥାଲାପତି ଙ୍କ ଚିଠି

ଚେନ୍ନାଇ: ଶ୍ରୀଲଙ୍କା ନୌସେନା ଦ୍ୱାରା ଗିରଫ ହୋଇ ହେପାଜତରେ ଥିବା ତାମିଲନାଡୁର ୨୦ ଜଣ ମତ୍ସ୍ୟଜୀବୀଙ୍କ ମୁକ୍ତି ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥିରୁ. ଏସ୍. ଜୋସେଫ୍ ବିଜୟ ପଦକ୍ଷେପ ନେଇଛନ୍ତି।
ଏନେଇ ସେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍. ଜୟଶଙ୍କରଙ୍କୁ ଚିଠି ଲେଖିଛନ୍ତି। ଶ୍ରୀଲଙ୍କା ନୌସେନା ଦ୍ୱାରା ହେପାଜତରେ ରଖାଯାଇଥିବା ୨୦ ଜଣ ମତ୍ସ୍ୟଜୀବୀଙ୍କ ସହ ସେମାନଙ୍କର ୨୭୦ଟି ମାଛଧରା ଡଙ୍ଗାକୁ ମଧ୍ୟ ଶୀଘ୍ର ମୁକ୍ତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସେ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
ମତ୍ସ୍ୟଜୀବୀମାନଙ୍କ ସମସ୍ୟାର ସମାଧାନ ସହ ସେମାନଙ୍କ ଡଙ୍ଗାଗୁଡ଼ିକୁ ମଧ୍ୟ ଶୀଘ୍ର ଫେରାଇ ଆଣିବା ପାଇଁ କୂଟନୈତିକ ସ୍ତରରେ ଆବଶ୍ୟକ ପଦକ୍ଷେପ ନେବାକୁ ଚିଠିରେ ଅନୁରୋଧ କରାଯାଇଛି।

ସତ୍ୟର ସହିତ : ନ୍ୟାୟର ପଥରେ

ନ୍ୟାୟଭୂମି ସମ୍ବାଦ   (ସମ୍ପାଦକ:- ଜିତେନ୍ଦ୍ର ତାଣ୍ଡି)

Latest Stories