ସମ୍ପାଦକ :- ଜିତେନ୍ଦ୍ର ତାଣ୍ଡି

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

କଳାହାଣ୍ଡିରେ ଓଡ଼ିଶା ବନ୍ଦର ବ୍ୟାପକ ପ୍ରଭାବ “ଦୋକାନ ବଜାର ବନ୍ଦ, ଯାନବାହନ ଚଳାଚଳ ପ୍ରଭାବିତ”

କଳାହାଣ୍ଡି/ଭବାନୀପାଟଣା,ତା ୦୮/୧୦/୨୬/ରିଖ ନ୍ୟାୟଭୂମି ସମ୍ବାଦ( କବିରାଜ ଦୁର୍ଗା)ବିଭିନ୍ନ ଦାବିକୁ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନରେ ଆଜି ଡାକରା ଦିଆଯାଇଥିବା ‘ଓଡ଼ିଶା ବନ୍ଦ’ର ପ୍ରଭାବ କଳାହାଣ୍ଡି ଜିଲ୍ଲାରେ ବ୍ୟାପକ ଭାବେ ପରିଲକ୍ଷିତ ହୋଇଛି। ଜିଲ୍ଲାର ବିଭିନ୍ନ ସହର ଓ ବଜାର ଅଞ୍ଚଳରେ ଦୋକାନବଜାର ବନ୍ଦ ରହିଥିବା ବେଳେ ବସ୍‌ ସମେତ ଅନ୍ୟାନ୍ୟ ଯାନବାହନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା।
ବନ୍ଦକୁ ସଫଳ କରିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିରୋଧୀ ଦଳର ନେତା ଓ କର୍ମୀମାନେ ପିକେଟିଂ କରିଥିଲେ। କଂଗ୍ରେସ ସହ କମ୍ୟୁନିଷ୍ଟ ଦଳ, ସମାଜବାଦୀ ପାର୍ଟି, ସିପିଆଇ(ଏମ୍‌) ଓ ସିପିଆଇ(ଏମ୍‌ଏଲ୍‌) ସମେତ ବିଭିନ୍ନ ଦଳର ନେତା ଓ କର୍ମୀମାନେ ବନ୍ଦରେ ସାମିଲ ହୋଇଥିଲେ।
ବିରୋଧୀଙ୍କ ମୁଖ୍ୟ ଦାବିଗୁଡ଼ିକ ମଧ୍ୟରେ MMDR ବିଲ୍‌ ପ୍ରତ୍ୟାହାର, SIR ପ୍ରସଙ୍ଗରେ ଜ୍ଞାନେଶ କୁମାରଙ୍କ ଇସ୍ତଫା, ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା ପ୍ରଭାବିତଙ୍କୁ ତୁରନ୍ତ ସହାୟତା ପ୍ରଦାନ ଆଦି ଦାବି ରହିଥିଲା।
ବନ୍ଦର ପ୍ରଭାବରେ ଜିଲ୍ଲାରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପୁଲିସ ମୁତୟନ କରାଯାଇଥିଲା। ଆନ୍ଦୋଳନକାରୀଙ୍କ ଦାବି ଅନୁଯାୟୀ, କଳାହାଣ୍ଡି ଜିଲ୍ଲାରେ ‘ଓଡ଼ିଶା ବନ୍ଦ’ ସଫଳ ହୋଇଥିବା କୁହାଯାଇଛି।

ସତ୍ୟର ସହିତ: ନ୍ୟାୟର ପଥରେ

ନ୍ୟାୟଭୂମି ସମ୍ବାଦ/ସମଦକ:- ଜିତେନ୍ଦ୍ର ତାଣ୍ଡି

Latest Stories