କଳାହାଣ୍ଡି / ତା ୧୧/୧୦ ରିଖ ନ୍ୟାୟଭୂମି ସମ୍ବାଦ(ବ୍ୟୁରୋ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପାଷ୍ଟିକୁଡ଼ି ଠାରେ ମା’ ଫୁଲମତି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ-୨୦୨୬ ଉତ୍ସାହ ଓ ଉଦ୍ଦୀପନାର ସହ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେଉଛି। ପାଷ୍ଟିକୁଡ଼ି ୟୁଥ୍ କମିଟିର ସହଯୋଗରେ ପ୍ରତିବର୍ଷ ଏହି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଆସୁଥିବା ବେଳେ ଚଳିତବର୍ଷ ମଧ୍ୟ ଏହାକୁ ନେଇ ଅଞ୍ଚଳର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି।
ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ ମ୍ୟାଚ ରେ ଚିଚର୍ଲା ସହିତ ସିହିନୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ରୋମାଞ୍ଚକର ମ୍ୟାଚ୍ରେ ପ୍ଲାନଟିକ ହୋଇଥିଲା।ପ୍ଲାନ୍ ଟିକ ରେ ଚିଚର୍ଲା ଦଳ ୨ ଗୋଲ ଦେଇ ଥିବାବେଳେ ,, ଶିହିନୀ ଦଳ ୩ ଗୋଲ ଦେଇ ବାଜିମାତ କରିଥିଲେ ।ମ୍ୟାଚ୍ରେ ଉଭୟ ଦଳର ଖେଳାଳିମାନେ ଉତ୍ତମ କ୍ରୀଡ଼ା ପ୍ରଦର୍ଶନ କରିଥିବା ବେଳେ ଶେଷ ପର୍ଯ୍ୟନ୍ତ ମ୍ୟାଚ୍ ରୋମାଞ୍ଚକର ରହିଥିଲା।
ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଦର ବିଧାୟକ ଙ୍କ ପ୍ରତିନିଧି ଶ୍ରୀ ଧନୁ ଚନ୍ଦ୍ର ଗହୀର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୁଧିଷ୍ଠିର ଭଗତ, ଗିରିଧାରୀ ମେହେର, କୁମର ହରପାଲ, ପ୍ରଦୀପ ସାହୁ , କୁଳମଣି ଟାକ୍ରି,ଅନିଲ କୁମାର ବିଶି, କୁରୁକ୍ଷେତ୍ର ନାଏକ, ତ୍ରିଲୋଚନ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ।
ମ୍ୟାଚ୍ ପରିଚାଳନାରେ ରେଫରି ଭାବେ ଛବି ନାଏକ, ଟୁନା ମାଝୀ ଓ ବିଶ୍ୱେଶ୍ୱର ପ୍ରଧାନ ଦାୟିତ୍ୱ ତୁଲାଇଥିଲେ। ସେମାନଙ୍କ ଦକ୍ଷ ପରିଚାଳନାରେ ମ୍ୟାଚ୍ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା।
ପାଷ୍ଟିକୁଡ଼ି ୟୁଥ୍ କମିଟିର ସଭାପତି ରୋହିତ ନାଏକ ଓ ସମ୍ପାଦକ ଅରୁଣ କୁମାର ସାହୁ ନେତୃତ୍ୱରେ ଖେଳ ସମ୍ପନ୍ନ ହୋଇଥିଲା ଓ ସହଯୋଗ କରିଥିଲେ , ଆଶିଷ ନାଏକ, ସୂରଜ ନାଏକ, ପରମେଶ୍ୱର ଭୋଇ, ସୁରେଶ ମାଝୀ, ଅନନ୍ତ ନାଏକ, ମୁରଲୀ ନାଏକ, ଶରତ ମାଝୀଙ୍କ ସମେତ କମିଟିର ଅନ୍ୟ ସଦସ୍ୟମାନେ ଟୁର୍ଣ୍ଣାମେଣ୍ଟ ଆୟୋଜନରେ ସକ୍ରିୟ ଭାବେ ସହଯୋଗ କରିଥିଲେ।
ଟୁର୍ଣ୍ଣାମେଣ୍ଟକୁ ନେଇ ପାଷ୍ଟିକୁଡ଼ି ସମେତ ଆଖପାଖ ଅଞ୍ଚଳରେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ମ୍ୟାଚ୍ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ଶହ ଶହ ଦର୍ଶକ ଖେଳ ପଡ଼ିଆରେ ଉପସ୍ଥିତ ରହିଥିଲେ। ଦର୍ଶକମାନେ ରୋମାଞ୍ଚକର ଫୁଟବଲ୍ ମ୍ୟାଚ୍ର ଭରପୂର ମଜା ନେଇଥିବା ବେଳେ ଆୟୋଜକ ପାଷ୍ଟିକୁଡ଼ି ୟୁଥ୍ କମିଟିର ଏଭଳି କ୍ରୀଡ଼ା ଆୟୋଜନକୁ ପ୍ରଶଂସା କରିଥିଲେ।
ସତ୍ୟର ସହିତ: ନ୍ୟାୟର ପଥରେ
ନ୍ୟାୟଭୂମି ସମ୍ବାଦ/ସମ୍ପାଦକ:- ଜିତେନ୍ଦ୍ର ତାଣ୍ଡି
ପେନାଲ୍ଟି ସୁଟ୍ଆଉଟ୍ରେ ଚିଚର୍ଲାକୁ ୩-୨ ଗୋଲ୍ରେ ହରାଇଲା ସିହିନୀ










