ଚେନ୍ନାଇ, ୧୨/୧୦ ନ୍ୟାୟଭୂମି ସମ୍ବାଦ(ବ୍ୟୁରୋ) ତାମିଲନାଡୁ ର
ମୁଖ୍ୟମନ୍ତ୍ରୀ ଶ୍ରୀ ସି. ଜୋସେଫ୍ ବିଜୟଙ୍କୁ ସୋମବାର ସଚିବାଳୟଠାରେ ତାମିଲନାଡୁ ଓ ପୁଡୁଚେରୀ ବାର୍ କାଉନସିଲ୍ର ନବନିର୍ବାଚିତ ଅଧ୍ୟକ୍ଷ ଶ୍ରୀ କେ. କଥିରାଭନ୍, ଉପାଧ୍ୟକ୍ଷ ଶ୍ରୀ ଇ. ବାଲାମୁରୁଗନ୍, ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ସଦସ୍ୟ ଶ୍ରୀ ପି. ଏସ୍. ଅମଲରାଜଙ୍କ ସମେତ ଅନ୍ୟ ସଦସ୍ୟମାନେ ସାକ୍ଷାତ କରିଥିଲେ। ଏହି ଅବସରରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।









