ସମ୍ପାଦକ :- ଜିତେନ୍ଦ୍ର ତାଣ୍ଡି

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

ଛାତ୍ର ସଂସଦ ନିର୍ବାଚନରେ ବିଜୟୀଙ୍କୁ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା, ଯୁବଶକ୍ତିଙ୍କ ଏକତାକୁ ପ୍ରଶଂସା।

ଭୁବନେଶ୍ୱର / ତା ୧୬/୧୦  ନ୍ୟାୟଭୂମି ସମ୍ବାଦ (ବ୍ୟୁରୋ) ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିବା ସମସ୍ତ ପ୍ରାର୍ଥୀ ଓ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବିଜୟ ଓଡ଼ିଶାର ଯୁବପିଢ଼ି, ବିଶେଷକରି ଜେନ୍‌-ଜି (Gen Z) ଓ ଛାତ୍ରଶକ୍ତିଙ୍କ ନିଷ୍ଠା ଏବଂ ଏକତାକୁ ପ୍ରତିଫଳିତ କରୁଥିବା ସେ ଉଲ୍ଲେଖ କରିଛନ୍ତି।

ଛାତ୍ର ସଂସଦ ନିର୍ବାଚନକୁ ଅନ୍ୟାୟ ଓ ଅସାଧୁ ଉପାୟରେ ଜିତିବା ପାଇଁ ବିଜେପି ସରକାର ଚକ୍ରାନ୍ତ କରିଥିବା ଅଭିଯୋଗ କରି ଏହାର ବିରୋଧରେ ଦୃଢ଼ତାର ସହ ଲଢ଼ିଥିବା ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ଓ ବିଜେଡିର ସମସ୍ତ ନେତାଙ୍କୁ ନବୀନ ପଟ୍ଟନାୟକ ସାଧୁବାଦ ଜଣାଇଛନ୍ତି।

ଏଥିସହ କଲେଜଗୁଡ଼ିକରେ ଶୈକ୍ଷିକ ବାତାବରଣ ବଜାୟ ରଖିବା ସହ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ସମସ୍ତେ ଏକଜୁଟ ହୋଇ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି।

ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାର, ନେତୃତ୍ୱ ଦକ୍ଷତା ଓ ସାମାଜିକ ଦାୟିତ୍ୱବୋଧକୁ ସୁଦୃଢ଼ କରିବା ସହ କଲେଜରେ ଶାନ୍ତିପୂର୍ଣ୍ଣ ଶିକ୍ଷାର ପରିବେଶ ବଜାୟ ରଖିବା ଉପରେ ଏହି ବାର୍ତ୍ତାରେ ଗୁରୁତ୍ୱ ଦିଆଯାଇଛି।

Latest Stories