ସମ୍ପାଦକ :- ଜିତେନ୍ଦ୍ର ତାଣ୍ଡି

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

“ଦୁର୍ଗାପୂଜା ପୂର୍ବରୁ ବାଲେଶ୍ୱର ପୋଲିସର ଫ୍ଲାଗ୍ ମାର୍ଚ୍ଚ”

ବାଲେଶ୍ୱର/ତା ୧୬/୧୦ ନ୍ୟାୟଭୂମି ସମ୍ବାଦ(ବ୍ୟୁରୋ) ଆଗାମୀ ଦୁର୍ଗାପୂଜାକୁ ଶାନ୍ତିପୂର୍ଣ୍ଣ ଓ ସୁରୁଖୁରୁରେ ସମ୍ପନ୍ନ କରିବା ଲକ୍ଷ୍ୟରେ ବାଲେଶ୍ୱର ପୋଲିସ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ ଆୟୋଜନ କରାଯାଇଛି। ପୂଜା ସମୟରେ ଆଇନଶୃଙ୍ଖଳା ବଜାୟ ରଖିବା, ଜନସାଧାରଣଙ୍କ ମନରେ ସୁରକ୍ଷା ଓ ବିଶ୍ୱାସର ଭାବନା ସୃଷ୍ଟି କରିବା ସହ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏହି ଫ୍ଲାଗ୍ ମାର୍ଚ୍ଚର ମୁଖ୍ୟ ଉଦ୍ଦେଶ୍ୟ।
ଦୁର୍ଗାପୂଜା ସମୟରେ ଯେପରି କୌଣସି ଅପ୍ରୀତିକର ଘଟଣା ନଘଟେ ଏବଂ ଶ୍ରଦ୍ଧାଳୁମାନେ ଶାନ୍ତିପୂର୍ଣ୍ଣ ପରିବେଶରେ ମା’ ଦୁର୍ଗାଙ୍କ ଆରାଧନା କରିପାରିବେ, ସେଥିପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି।
ବାଲେଶ୍ୱର ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଶାନ୍ତି, ସଦ୍‌ଭାବନା ଓ ଦାୟିତ୍ୱବୋଧ ସହ ଦୁର୍ଗାପୂଜା ପାଳନ କରିବାକୁ ଅନୁରୋଧ କରାଯାଇଛି।

Latest Stories