ସମ୍ପାଦକ :- ଜିତେନ୍ଦ୍ର ତାଣ୍ଡି

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

ମହିଳା ଓ ଶିଶୁଙ୍କ ବିକାଶ ପାଇଁ ରୋଡ୍‌ମ୍ୟାପ୍ ପ୍ରସ୍ତୁତ।ପୁଷ୍ଟିସାଧନଠାରୁ ମହିଳା ସଶକ୍ତୀକରଣ ଯାଏଁ ୪ଟି ପ୍ରମୁଖ କ୍ଷେତ୍ର ଉପରେ ଗୁରୁତ୍ୱ।

ଭୁବନେଶ୍ୱର, ୧୬/୧୦: ନ୍ୟାୟଭୂମି ସମ୍ବାଦ (ବ୍ୟୁରୋ)ମହିଳା ଓ ଶିଶୁଙ୍କ ସାମଗ୍ରିକ ବିକାଶ ସହ ସେମାନଙ୍କ ସୁରକ୍ଷା, ପୁଷ୍ଟିସାଧନ ଏବଂ ସଶକ୍ତୀକରଣକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ଏହି ରୋଡ୍‌ମ୍ୟାପ୍‌ର ସମୟବଦ୍ଧ ଓ ଫଳପ୍ରଦ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦିଆଯାଇଛି।
ଶୁକ୍ରବାର ଭୁବନେଶ୍ୱରସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ରୋଡ୍‌ମ୍ୟାପ୍ ସମ୍ପର୍କରେ ଆଲୋଚନା କରାଯାଇଥିଲା।
ନୂଆଦିଲ୍ଲୀଠାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ‘ବିଭାଗୀୟ ସମ୍ମିଳନୀ-୨୦୨୬’ରେ ଓଡ଼ିଶା ପାଇଁ ନିର୍ଦ୍ଧାରିତ ଚାରିଟି ପ୍ରମୁଖ ବିଷୟବସ୍ତୁ ଉପରେ ପ୍ରସ୍ତୁତ ଯୋଜନା ବିଷୟରେ ସମ୍ମିଳନୀରେ ଆଲୋକପାତ କରାଯାଇଥିଲା।
ଏହି ଚାରିଟି ପ୍ରମୁଖ କ୍ଷେତ୍ର ହେଉଛି ପୁଷ୍ଟିସାଧନ ଓ ପ୍ରାରମ୍ଭିକ ଶିଶୁ ଯତ୍ନ, ମିଶନ ବାତ୍ସଲ୍ୟ ଅଧୀନରେ ଶିଶୁ ସୁରକ୍ଷା, ମହିଳାଙ୍କ ସୁରକ୍ଷା ଏବଂ ମହିଳା ସଶକ୍ତୀକରଣ। ଏହି କ୍ଷେତ୍ରଗୁଡ଼ିକରେ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବା ସହ ଧାର୍ଯ୍ୟ ସମୟସୀମା ମଧ୍ୟରେ ଲକ୍ଷ୍ୟ ହାସଲ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ମହିଳା ଓ ଶିଶୁଙ୍କ କଲ୍ୟାଣ ପାଇଁ ନିଆଯାଉଥିବା ପଦକ୍ଷେପଗୁଡ଼ିକର ସଫଳ ରୂପାୟନ, ବିଭିନ୍ନ ଯୋଜନାର ପ୍ରଭାବଶାଳୀ କାର୍ଯ୍ୟକାରିତା ଏବଂ ନିର୍ଦ୍ଧାରିତ ଲକ୍ଷ୍ୟ ପୂରଣ ଉପରେ ଏହି ଆଲୋଚନାରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
ଉକ୍ତ ସାମ୍ବାଦିକ ସମ୍ମିଳନୀରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ସଚିବ ଡ. ମୃଣାଳିନୀ ଦର୍ସ୍ୱାଲ, ବିଭାଗର ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନାର୍ଜୀଙ୍କ ସମେତ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସତ୍ୟର ସହିତ : ନ୍ୟାୟର ପଥରେ
ନ୍ୟାୟଭୂମି ସମ୍ବାଦ/ ସମ୍ପାଦକ :-ଜିତେନ୍ଦ୍ର ତାଣ୍ଡି

Latest Stories