ସମ୍ପାଦକ :- ଜିତେନ୍ଦ୍ର ତାଣ୍ଡି

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

ଓଡ଼ିଶାର ରାଜ୍ୟପାଳ ଭାବେ ବ୍ରଜମୋହନ ରାମଙ୍କ ଶପଥ ଗ୍ରହଣ।

ଭୁବନେଶ୍ୱର ତା ୧୮/୧୦ ନ୍ୟୟଭୂମି ସମ୍ବାଦ (ବ୍ୟୁରୋ) ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଶ୍ରୀ ବ୍ରଜମୋହନ ରାମ ଆଜି ଶପଥ ଗ୍ରହଣ କରିଛନ୍ତି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ତାଙ୍କୁ ରାଜ୍ୟପାଳ ପଦର ଶପଥ ପାଠ କରାଇଥିଲେ।
ଭୁବନେଶ୍ୱରସ୍ଥିତ ଲୋକଭବନର ଅଭିଷେକ ହଲ୍‌ରେ ଏହି ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥିଲା। ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଉପସ୍ଥିତ ଥିଲେ।
ନୂତନ ରାଜ୍ୟପାଳଙ୍କ ଶପଥ ଗ୍ରହଣ ସହ ଓଡ଼ିଶାର ସାମ୍ବିଧାନିକ ପ୍ରଶାସନିକ ବ୍ୟବସ୍ଥାରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି।

Latest Stories