କଳାହାଣ୍ଡି /ଗୋଲାମୁଣ୍ଡା ତା ୨୩/୦୯/୨୬ ନ୍ୟାୟଭୂମି ସମ୍ବାଦ (ବେଣୁଧର ବିଶି) ଆମ ପରମ୍ପରା ଓ ସଂସ୍କୃତି ଅନୁଯାଇ ବର୍ଷ କୁ ବାର ମାସରେ ତେର ପର୍ବ ପାଳିତ ହୁଏ । ବର୍ତମାନ ଶ୍ରୀ ଗଣେଶ ପୂଜା , ନୂଆ ଖାଇ ପରେ ପରେ ଦଶହରା ପାଇଁ ସମସ୍ତ ଗାଁ ସହର ମାନଙ୍କରେ ଚଳ ଚଞ୍ଚଳ ଆଜି ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମାନଝରୀ ଗ୍ରାମ ଦୁର୍ଗା ମଣ୍ଡପ ଠାରେ ଚଳିତ ବର୍ଷ ୫୭ ତମ ସାର୍ବଜନିନ ଦୁର୍ଗ ପୂଜା ପାଇଁ ପ୍ରସ୍ତୁତି ବୈଠକ ଶାନ୍ତି ଶୃଙ୍ଖଳା ର ସହିତ ହୋଇଯାଇଛି । ଉକ୍ତ ସଭାରେ ସଭାପତି ଶ୍ରୀ ଭୁବନେଶ୍ୱର ଅଘ୍ରିଆ ଗ୍ରାମ ଦେବଦେବୀ ସମେତ ଦୁର୍ଗାଙ୍କ ନାମରେ ଶରଣ ଯାଇ ସଭାଟିକୁ ଆରମ୍ଭ କରିଥିଲେ! ସଭାରେ ଦୁର୍ଗାଙ୍କ ମେଢ଼ ତିଆରି ଦାଇତ୍ଵ, ମଣ୍ଡପ ସାଜଶଯ୍ୟା ଦାୟିତ୍ଵ, ମନୋରଞ୍ଜନ କାର୍ଯ୍ୟ କ୍ରମ, ପୂଜା ସାମଗ୍ରୀ, ପୂଜାର ପରିଚଲା କିପରି ଭାବରେ ସୁରୁ ଖୁରୁ ଭାବରେ କିପରି କରି ପାରିବା ଓ ପୂଜା ସମନ୍ଧିତ ସମସ୍ତ ବିଷୟ ରେ ଆଲୋଚନା ହେଲା । ଉକ୍ତ ସଭାରେ କମିଟି ର ସମ୍ପାଦକ ଶ୍ରୀ ମାର୍କଣ୍ଡ ପାରୀ, ଉପଦେଷ୍ଟା କମିଟି ସଭାପତି ଶ୍ରୀ ଚତୁର୍ଭୁଜ ଅଘ୍ରିଆ, ସମ୍ପାଦକ ତଥା ସମାଜ ସେବୀ ଓ ନ୍ୟାୟଭୂମି ସମ୍ବାଦ ସମ୍ପାଦକ ଶ୍ରୀ ଜିତେନ୍ଦ୍ରତାଣ୍ଡି
(ନ୍ୟାୟ ଭୂମି ସ୍ଵତନ୍ତ୍ର ପ୍ରତିନିଧି )ବେଣୁଧର ବିଶି, ରାମସିଂ ସାହୁ, ଗୋକୁଳ ଚନ୍ଦ୍ର ପଟେଲ୍, ଦୁଳବ ଅଘ୍ରିଆ ,ଜଗମୋହନ ସାହୁ, ଅନାମ ମାଝୀ, ଶତ୍ରୁଘ୍ନ ସାହୁ, ମଙ୍ଗଳୁ ମାଝୀ, ସୁରେନ୍ଦ୍ର ରଣା,ମେଢ଼ କାରିଗର ମାଧବ ବିଶି, ଟେଣ୍ଟ ମାଲିକ ସୁରେଶ ଅଘ୍ରିଆ ୱାଡ ମେମ୍ବର ଲିଙ୍ଗରାଜ ନାଏକ, ସମେତ ଅନ୍ୟ ଚାରି ଜଣ ଓ ଗ୍ରାମର ମନ୍ୟ ଗୁନ୍ୟ ଭାଦ୍ର ବ୍ୟକ୍ତି ସମସ୍ତ ଗ୍ରାମ ବାସୀ ଉପସ୍ଥିତ ଥିଲେ। ପୂଜା ସମନ୍ଧିତ ସମସ୍ତ ଆଲୋଚନା ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟ ବାଦ ଦେଇ ଶ୍ରୀ ଦୂଳବ ନାଏକ (ଗଣ୍ଡା) ସଭାଟି କୁ ସାଙ୍ଗ କରି ଥିଲେ।









