ସମ୍ପାଦକ :- ଜିତେନ୍ଦ୍ର ତାଣ୍ଡି

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

୨୪.୦୯.୨୦୨୬ ତାରିଖରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ/ସମ୍ଭାବନା ଥିବା ଏବଂ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି, କଳାହାଣ୍ଡି ଜିଲ୍ଲାର ସମସ୍ତ ସରକାରୀ/ସରକାରୀ ସହାୟତାପ୍ରାପ୍ତ/ବେସରକାରୀ ଶିକ୍ଷାନୁଷ୍ଠାନ, ଗୁଡ଼ିକ ବନ୍ଦ ରହିବ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ

କଳାହାଣ୍ଡି /ନ୍ୟାୟଭୂମି/ବ୍ୟୁରୋ ୨୪.୦୯.୨୦୨୬ ତାରିଖରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ/ସମ୍ଭାବନା ରହିଛି।ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି, ଜିଲ୍ଲାପାଳ ଙ୍କ  କାର୍ଯ୍ୟଲୟ ର ଆଦେଶ   ନଂ.: ୬୪୭୬  ତାରିଖ: ୨୨.୦୯.୨୦୨୬ ଅନୁଯାୟୀ କଳାହାଣ୍ଡି ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ସହାୟତାପ୍ରାପ୍ତ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନ,ପ୍ରଥମିକ ବିଦ୍ୟାଳୟ,ଉଚ୍ଚ  ପ୍ରାଥମିକ ବିଦ୍ୟା ଲୟ,ମାଧ୍ୟମିକ ବିଦ୍ୟାଳୟ,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,OAV, KVS, EMRS,

ଏବଂ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର (Awc)ବନ୍ଦ ରହିବ।

ସମସ୍ତ ଅନୁଷ୍ଠାନର ମୁଖ୍ୟମାନେ ଏହି ଆଦେଶକୁ କଡ଼ାକଡ଼ି ଭାବେ ପାଳନ କରିବେ।

ତେବେ ଶିକ୍ଷକ ଓ କର୍ମଚାରୀମାନେ ନିଜର ସାଧାରଣ ବିଦ୍ୟାଳୟ କାର୍ଯ୍ୟରେ ଯୋଗଦେବେ।

ଏବଂ ବିଦ୍ୟାଳୟର ବକେୟା ଥିବା କାର୍ଯ୍ୟଗୁଡ଼ିକ ସମ୍ପନ୍ନ କରିବେ।

ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍

କଳାହାଣ୍ଡି

ମେମୋ ନଂ.: ୬୪୭୭

ତାରିଖ: ୨୨.୦୯.୨୦୨୬

ସୂଚନା ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୃକ୍ତ ଅଧିକାରୀ, ଶିକ୍ଷା ଅଧିକାରୀ, ସମସ୍ତ BDO ଏବଂ କଳାହାଣ୍ଡି ଜିଲ୍ଲାର ସମସ୍ତ ପ୍ରଧାନଶିକ୍ଷକଙ୍କୁ ଏହାର ନକଲ ପଠାଯାଇଛି।

ମେମୋ ନଂ.: ୬୪୭୮

ତାରିଖ: ୨୨.୦୯.୨୦୨୬

ସୂଚନା ପାଇଁ ସମ୍ପୃକ୍ତ ଶିକ୍ଷା ବିଭାଗ ଓ ଅଧିକାରୀମାନଙ୍କୁ ଏହାର ନକଲ ପଠାଯାଇଛି।

ମେମୋ ନଂ.: ୬୪୭୯

ତାରିଖ: ୨୨.୦୯.୨୦୨୬

ସୂଚନା ପାଇଁ ଅତିରିକ୍ତ ସ୍ୱତନ୍ତ୍ର ରିଲିଫ୍ କମିଶନର, ଓଡ଼ିଶାଙ୍କୁ ଏହାର ନକଲ ପଠାଯାଇଛି।

ମେମୋ ନଂ.: ୬୪୮୦

ତାରିଖ: ୨୨.୦୯.୨୦୨୬

ସୂଚନା ପାଇଁ ଓଡ଼ିଶା ସରକାରଙ୍କ ସମ୍ପୃକ୍ତ ବିଭାଗଗୁଡ଼ିକୁ ଏହାର ନକଲ ପଠାଯାଇଛି।

Latest Stories