ଭୁବନେଶ୍ୱର, ୨୯/୧୦ ନ୍ୟାୟଭୂମି ସମ୍ବାଦ(ବ୍ୟୁରୋ) ୧୯୯୯
ମହାବାତ୍ୟା ପରଠାରୁ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟକୁ ସାହସ ଓ ଦୃଢ଼ତାର ସହ ମୁକାବିଲା କରିଆସୁଛି। ପ୍ରତ୍ୟେକ ଜୀବନ ମୂଲ୍ୟବାନ ନୀତିକୁ ଆଧାର କରି ରାଜ୍ୟ ଶୂନ୍ୟ ମୃତ୍ୟୁ ଲକ୍ଷ୍ୟରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିଥିଲା। ଜାତୀୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ଏକ୍ସରେ ଏହା କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ସେ କହିଛନ୍ତି, ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶାର ନେତୃତ୍ୱ ଓ ପ୍ରସ୍ତୁତି ବ୍ୟବସ୍ଥା ଦୁର୍ବଳ ହେବା ଏକ ଚେତାବନୀ। ପ୍ରସ୍ତୁତି, ଦୃଢ଼ତା ଓ ଜନସାଧାରଣଙ୍କ ସହଭାଗିତା ହିଁ ବିପର୍ଯ୍ୟୟ ସମୟରେ ଜୀବନ ରକ୍ଷା କରିବା ସହ ଅର୍ଥନୈତିକ ପ୍ରଗତିକୁ ସୁରକ୍ଷିତ ରଖିଥାଏ। ତେଣୁ ବିପର୍ଯ୍ୟୟ ପ୍ରସ୍ତୁତି କ୍ଷେତ୍ରରେ କୌଣସି ପ୍ରକାର ଅବହେଳା ନକରିବାକୁ ସେ ଗୁରୁତ୍ୱ ଦେଇଛନ୍ତି।








