ସମ୍ପାଦକ :- ଜିତେନ୍ଦ୍ର ତାଣ୍ଡି

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

କଣ୍ଟାଦୋଳୀ ଓ ଅଗ୍ନି ପରୀକ୍ଷାରେ ଆସ୍ଥାର ଅନନ୍ୟ ପରମ୍ପରା, ସିନ୍ଧିପଦରରେ ବୁଢାରଜାଙ୍କ ଝାମୁଯାତ୍ରା।

ଥୁଆମୂଳ ରାମପୁର ୩/୧୧/ ନ୍ୟାୟଭୂମି ସମ୍ବାଦ  ଅଙ୍ଗଦ ନାଏକ :ପ୍ରଭୁ ଶ୍ରୀ ଶ୍ରୀ ବୁଢାରଜା ଦେବଙ୍କ ଦଶହରା ମହୋତ୍ସବ ଓ ଝାମୁଯାତ୍ରା କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆୟୋଜିତ ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ସିନ୍ଧିପଦର ଗ୍ରାମରେ ମଧ୍ୟ ପାରମ୍ପରିକ ଲୋକ ପର୍ବ ପ୍ରଭୁ ଶ୍ରୀ ବୁଢାରଜା ଦେବଙ୍କ ଦଶହରା ଓ ଝାମୁଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ପୂଜା କମିଟି ସଭାପତି ଶ୍ରୀ ବିଜୟ କୁମାର ନିଆଲଙ୍କ ତତ୍ବାବଧାନରେ ଆୟୋଜିତ ଏହି ଦଶହରା ମହୋତ୍ସବରେ ଗ୍ରାମବାସୀ ସହଯୋଗରେ ଅନୁଷ୍ଠିତ ଦଶହରା ମହୋତ୍ସବରେ ରୀତିନୀତି ଅନୁସାରେ ବୁଢାରଜାଙ୍କ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ନିର୍ବାଚନ ମଣ୍ତଳୀ ବିଧାୟକ ତଥା କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ଦିଶାରୀ, ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ମାଣିକ୍ଯ ଚନ୍ଦ୍ର ନାଏକ, ବ୍ଳକ ବିଜେଡି ସଭାପତି ଫଟୋ ସିଂ ଭୋଇ ଯୋଗଦାନ କରିଥିବା ବେଳେ ଅନ୍ଯାନ୍ଯ ଅତିଥି ମାନଙ୍କ ମଧ୍ୟରେ କୃଷ୍ଣଚନ୍ଦ୍ର ନାଏକ,ଖଗେଶ୍ବର ନାଏକ, ସୁରେନ୍ଦ୍ର ନାଏକ, ସନ୍ତୋଷ କୁମାର ମାଝୀ, ସୁବାଷ ଗୌଡ, ପର୍ଶୁରାମ ମାଝୀ, ଚିତ୍ରସେନ ନାଏକ ଓ ଅର୍ଜୁନ ସୁନାନୀ ପ୍ରମୁଖ ମଞ୍ଚାସୀନ ରହି ଶ୍ରୀ ଶ୍ରୀ ବୁଢାରଜାଙ୍କ ଫଟୋ ଚିତ୍ରକୁ ପୂଜାର୍ଚ୍ଚନା ପୂର୍ବକ ପୁଷ୍ପାମାଳ୍ଯ ଓ ଧୂପଦୀପ ଅର୍ପଣ କରିବା ପରବର୍ତ୍ତୀ ସମୟରେ ଅତିଥିମାନଙ୍କୁ ପୂଜା କମିଟି ତରଫରୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଅତିଥି ମାନଙ୍କ ଦ୍ବାରା ଶୁଭାରମ୍ଭ ମଞ୍ଚରେ ମୁଖ୍ୟ ଅତିଥି ଶ୍ରୀ ଦିଶାରୀ ନିଜ ପକ୍ଷ ରଖି କହିଥିଲେ ଯେ,ସିନ୍ଧିପଦର ଠାରୁ କାଞ୍ଜିଗୁଡା ପକ୍କା ରାସ୍ତା ଓ ସମାପଳା ଠାରୁ ଜୁନାଗଡ କୁ ସଂଯୋଗ କରିବା ପାଇଁ ପକ୍କା ରାସ୍ତା ନିର୍ମାଣ କରାଯିବ ତାଛଡା ଅଞ୍ଚଳରେ ଉନ୍ନୟନ ମୁଳକ କାର୍ଯ୍ୟରେ ସ୍ବାସ୍ଥ୍ୟସେବା, ପାନୀୟ ଜଳ,ଓ ଶିକ୍ଷାର ବିକାଶ ଦିଗରେ ଅଧିକ ଗୁରୁତ୍ୱ ଦିଆଯିବ ଯାହାକି ୪୦ ଶର୍ଯ୍ଯା ବିଶିଷ୍ଟ ଛାତ୍ରାବାସକୁ ୧୦୦ ଶର୍ଯ୍ଯାରେ ଉନ୍ନୀତ କରାଯିବ। ତେବେ ପ୍ରଭୁ ଶ୍ରୀ ଶ୍ରୀ ବୁଢାରଜା ଦେବଙ୍କ ରୀତିକାନ୍ତି ପୂଜା ଶେଷରେ ଆକର୍ଷଣ ରହିଥିଲା ଯାହାକି ପୂଜାରୀ ପରଦେଶୀ ଗୌଡଙ୍କୁ ବୁଢାରଜାଙ୍କ କାଳିସୀ ଲାଗିବା ପରେ କଣ୍ଟାଦୋଳୀରେ ଝୁଲୁବା ଅଗ୍ନିକାଣ୍ଡ ଅଭିମୁଖେ ଯାଇ ବୁଢାରଜା ଅଗ୍ନି ଉପରେ ଚାଲି ଅଗ୍ନି ପରୀକ୍ଷା ଦେବା ଦୃଶ୍ୟକୁ ଅଞ୍ଚଳର ଶତାଧିକ ଶ୍ରଧାଳୁଙ୍କୁ ଓ ଭକ୍ତ ଦର୍ଶନ କରି ପ୍ରଭୁଙ୍କ କୃପାଲଭ କରିଥିଲେ। ରାତିରେ ଶ୍ରଧାଳୁ ଓ ଭକ୍ତଙ୍କ ମନୋରଞ୍ଜନ ନିମନ୍ତେ ଏକ ସାଂସ୍କୃତିକ ନାଟକ ପରିବେଷଣ ହୋଇଥିଲା।

Latest Stories