ଭବାନୀପାଟଣା ୬/୧୧/ ନ୍ୟାୟଭୂମି ସମ୍ବାଦ( ଗୁପ୍ତେଶ୍ୱର ହାତୀ)
ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସଦଭାବନା ଗୃହ ରେ ଅତିରିକ୍ତ ଶାସନ ସଚିବ ( ଗୃହ ବିଭାଗ) ଓ ପର୍ଯ୍ୟ ବେକ୍ଷକ ଶ୍ରୀ ବୀରେନ୍ଦ୍ର କୋରକରା କଳାହାଣ୍ଡି ଜିଲ୍ଲା ଗସ୍ତ ପୂର୍ବକ ସ୍ବଚ୍ଛ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପାଇଁ ଘର କୁ ଘର ସର୍ଭେ କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଛନ୍ତି। ଏହି ସର୍ଭେ କାର୍ଯ୍ୟ ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନ ସକାଶେ ଗତ ୨୬.୧୦.୨୦୨୬ ରୁ ୭.୧୧.୨୦୨୬ ପର୍ଯ୍ୟଂତ ହେଉଛି।ଜିଲ୍ଲାର ୧୩ ଟି ବ୍ଳକ୍ ର ମୋଟ ୧୫୪୧ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ବୁଥ ଏବଂ ୫ ଟି ପୌର ଓ ବିଜ୍ଞାପିତ ଅଂଚଳ ପରିଷଦ ର ୧୬୫ ଟି ବୁଥ ରହିଛି।ଜିଲ୍ଲାର ୩୦୭ ଟି ଗ୍ରାମ ପଞ୍ଚାୟତ ର ୩୬୭୨ ଟି ୱାର୍ଡ ରହିଛି। ୧୩ ଟି ବ୍ଲକରେ ବୁଥ ପାଇଁ ୩୦୮ ଜଣ ବି ଏଲ ଓ ଏବଂ ସୁପରଭାଇଯର ନିଯୁକ୍ତ ହୋଇଛନ୍ତି। ଅତିରିକ୍ତ ଶାସନ ସଚିବ ତଥା ପର୍ଯ୍ୟବେକ୍ଷକ ଜିଲ୍ଲାରେ ଫର୍ମ ୧୬ ଏବଂ ୧୭ ର ପ୍ରଦାନ ଏବଂ ସଂଗ୍ରହ ସଂଖ୍ୟା ଉପରେ ତର୍ଜମା କରି ସମସ୍ତ ବି ଏଲ ଓ ଏବଂ ସୁପରଭାଇଯର ଙ୍କୁ ଏହାର ଲକ୍ଷ୍ୟ ହାସଲ ଦିଗରେ ଶୀଘ୍ର କାର୍ଯ୍ୟ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତନ୍ମୟ କୁମାର ଦରୱାନ,ସି ଡି ଓ,ଜିଲ୍ଲା ପରିଷଦ ସୌମ୍ୟ ରଞ୍ଜନ ପ୍ରଧାନ,ଉପ ଜିଲ୍ଲାପାଳ ଭବାନୀପାଟଣା ଆଶିନି ଏ ଏଲ,ଜିଲ୍ଲା ପଞ୍ଚାୟତ ଅଧିକାରୀ ବିଶ୍ୱନାଥ ରାଉତ,ସହ ନିର୍ଦ୍ଦେଶକ ସଞ୍ଚୟ ଏବଂ ଆର୍ଥିକ ସେବା ବିବେକାନନ୍ଦ ମହାନନ୍ଦ, ଡି ଆଇ ପି ଆର୍ ଓ ମନୋଜ ବେହେରା,ବି ଡି ଓ,ଭବାନୀପାଟଣା ଚନ୍ଦନ କୁମାର ଭୋଇ,ଡି ପି ଇ ଓ ରୂପ ସିଂ ରାଉତ ଙ୍କ ସମେତ ସମସ୍ତ ବି ଏଲ ଓ,ସୁପରଭାଇଯର ଉପସ୍ଥିତ ଥିଲେ।









