ସମ୍ପାଦକ :- ଜିତେନ୍ଦ୍ର ତାଣ୍ଡି

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

କେସିଙ୍ଗା AOSCF ୨ ନମ୍ବର ଜୋନ୍‌ର ନୂତନ କମିଟି ଗଠିତ: ସତ୍ୟାନନ୍ଦ ନାଗ ସଭାପତି, ଭୂପିନ୍ଦ୍ର ସୁନା ସାଧାରଣ ସମ୍ପାଦକ ମନୋନୀତ।

କଳାହାଣ୍ଡି ୦୧/୧୧ ନ୍ୟାୟଭୂମି ସମ୍ବାଦ (କେଶବ ମେହେର)   କେସିଙ୍ଗା ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ୍‌ (AOSCF)ର କେସିଙ୍ଗା ବ୍ଲକ ୨ ନମ୍ବର ଜୋନ୍‌ର ନୂତନ କମିଟି ଗଠନ କରାଯାଇଛି। ପୂର୍ବ କମିଟିର କାର୍ଯ୍ୟକାଳ ଶେଷ ହେବା ପରେ ସଂଗଠନର କାର୍ଯ୍ୟକଳାପକୁ ଆଗକୁ ବଢ଼ାଇବା ସହ ସାଂଗଠନିକ ଶୃଙ୍ଖଳା ଓ ସାମାଜିକ ଏକତାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ନୂତନ କମିଟି ଗଠନ କରାଯାଇଥିବା ଜଣାପଡ଼ିଛି।

ଏହି ଅବସରରେ ଆୟୋଜିତ ସାଂଗଠନିକ ବୈଠକରେ ପ୍ରଥମେ ଭାରତୀୟ ସମ୍ବିଧାନର ପ୍ରଣେତା ତଥା ସମାଜ ସଂସ୍କାରକ ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଦୀପ ପ୍ରଜ୍ୱଳନ କରି କାର୍ଯକ୍ରମ ଆରମ୍ଭ କରାଯାଇଥିଲା। ପରେ ଉପସ୍ଥିତ ସଦସ୍ୟମାନଙ୍କ ପକ୍ଷରୁ ତ୍ରିଶରଣ ଓ ପଞ୍ଚଶୀଳ ପାଠ କରାଯାଇଥିଲା। ଏହାପରେ ସଂଗଠନର ଉଦ୍ଦେଶ୍ୟ, ଆଦର୍ଶ ଓ ଆଗାମୀ ଦିନରେ ଗ୍ରହଣ କରାଯିବାକୁ ଥିବା ସାଂଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା।

କେସିଙ୍ଗା ବ୍ଲକ ସଭାପତି ଭାଗିରଥି ନାଏକ, କାର୍ଯ୍ୟକାରୀ ସଭାପତି ବିକ୍ରମ ହରପାଲ, ପୂର୍ବତନ ସଭାପତି ସୋଭାକର ଶିଖା, ରାଧାମୋହନ ନିହାଲ, ପୂର୍ବତନ ସଭାପତି ରାଜୀବ ନାଗ, ସମ୍ପାଦକ ଡମ୍ବରୁ କରୁଆ, ଏନ୍‌ଏସି ସଭାପତି ବିଷ୍ଣୁ ମଙ୍ଗରାଜ, ଅଲେଖ ଛତ୍ରିଆ, ପୂର୍ବତନ ସମ୍ପାଦକ ଭୋଳନାଥ ସୁନା, ଜିଲ୍ଲା କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରା ଏବଂ ଜିଲ୍ଲା ସାମାଜିକ ମୁଖ୍ୟ ଗିରିଜା ବେହେରାଙ୍କ ଉଦ୍ୟମ ଓ ତତ୍ତ୍ୱାବଧାନରେ କମିଟି ଗଠନ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା।

ଏହି ବୈଠକରେ ୨ ନମ୍ବର ଜୋନ୍‌ ଅନ୍ତର୍ଗତ ୮ଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଅଞ୍ଚଳରୁ ସମାଜସେବୀ, ସଂଗଠନର ସଦସ୍ୟ ଏବଂ ବାବା ସାହେବ ଡ. ଆମ୍ବେଦକରଙ୍କ ବିଚାରଧାରାରେ ଆସ୍ଥା ରଖୁଥିବା ବହୁ ବ୍ୟକ୍ତି ଯୋଗଦେଇଥିଲେ। ବୈଠକରେ ସଂଗଠନର ଏକତା, ସାମାଜିକ ସଚେତନତା, ସମ୍ବିଧାନ ପ୍ରତି ସମ୍ମାନ ଏବଂ ସମାଜର ବିଭିନ୍ନ ସମସ୍ୟା ଉପରେ ସାମୂହିକ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ବୈଠକରେ ସର୍ବସମ୍ମତିକ୍ରମେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସେମାନଙ୍କ ମଧ୍ୟରେ ସଭାପତି ଭାବେ ସତ୍ୟାନନ୍ଦ ନାଗ, କାର୍ଯ୍ୟକାରୀ ସଭାପତି ଭାବେ ରାଜୀବ ନାଗ, ଉପସଭାପତି ଭାବେ ରାଜୁ ଶିଖା, ସାଧାରଣ ସମ୍ପାଦକ ଭାବେ ଭୂପିନ୍ଦ୍ର ସୁନା ଏବଂ ସମ୍ପାଦକ ଭାବେ ଦେବରାଜ ଶିଖା ମନୋନୀତ ହୋଇଛନ୍ତି।

ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା କର୍ମକର୍ତ୍ତାମାନେ ସମ୍ବିଧାନର ମୂଲ୍ୟବୋଧ, ସାମାଜିକ ନ୍ୟାୟ, ସମାନତା, ଭାଇଚାରା ଓ ମାନବିକ ଅଧିକାରକୁ ଗୁରୁତ୍ୱ ଦେଇ ଏକ ସଚେତନ ଓ ସୁସଂଗଠିତ ସମାଜ ଗଠନ ଦିଗରେ କାର୍ଯ୍ୟ କରିବାକୁ ସଂକଳ୍ପବଦ୍ଧ ହୋଇଥିବା ଜଣାଯାଇଛି। ସଂଗଠନର ଲକ୍ଷ୍ୟ ଓ ଆଦର୍ଶକୁ ଜୋନ୍‌ର ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ପହଞ୍ଚାଇବା ସହ ସାମାଜିକ ସମସ୍ୟାର ସମାଧାନ ଓ ଜନସଚେତନତା ସୃଷ୍ଟି ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ମତ ପ୍ରକାଶ ପାଇଥିଲା।

ଶେଷରେ କେସିଙ୍ଗା ବ୍ଲକ ସଭାପତି ଭାଗିରଥି ନାଏକ ଉପସ୍ଥିତ ସମସ୍ତ ଅତିଥି, ସଦସ୍ୟ ଓ ସମାଜସେବୀଙ୍କୁ ଧନ୍ୟବାଦ ଜଣାଇବା ସହ ବୈଠକର ସମାପ୍ତି ଘୋଷଣା କରିଥିଲେ।
-:: ଜୟ ଭୀମ ଜୟ ସମ୍ବିଧାନ::-

Latest Stories