ସମ୍ପାଦକ :- ଜିତେନ୍ଦ୍ର ତାଣ୍ଡି

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

ବିଶିଷ୍ଟ କବି ଦାଶରଥି ସାମନ୍ତରାୟଙ୍କ ପରଲୋକ, ଶରୀର ଦାନ କରି ଅମରତ୍ୱର ଉଦାହରଣ ସୃଷ୍ଟି!

ଭୁବନେଶ୍ୱର ୦୪/୧୧ ନ୍ୟାୟଭୂମି ସମ୍ବାଦ (ବ୍ୟୁରୋ) ବିଶିଷ୍ଟ କବି, ଲେଖକ ତଥା ଆକାଶବାଣୀର ପୂର୍ବତନ ସହକାରୀ ନିର୍ଦ୍ଦେଶକ ଦାଶରଥି ସାମନ୍ତରାୟଙ୍କ ଦେହାନ୍ତ ଖବରରେ ଓଡ଼ିଶାର ସାହିତ୍ୟ ଓ ସାଂସ୍କୃତିକ ଜଗତରେ ଶୋକର ଛାୟା ଖେଳିଯାଇଛି।
ତାଙ୍କ ବିୟୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି। ଓଡ଼ିଆ ସାହିତ୍ୟ ତଥା ଐତିହ୍ୟର ପ୍ରସାର କ୍ଷେତ୍ରରେ ଦାଶରଥିଙ୍କ ଉଲ୍ଲେଖନୀୟ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ସେ ନିଜ ଶୋକବାର୍ତ୍ତାରେ ଉଲ୍ଲେଖ କରିଛନ୍ତି।
ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି, ଦାଶରଥି ସାମନ୍ତରାୟ ନିଜର ମରଶରୀରକୁ କଟକ ବଡ଼ ମେଡିକାଲ (ଏସ୍‌ସିବି)କୁ ଦାନ କରି ମହାନ ମାନବିକତାର ପରିଚୟ ଦେଇଛନ୍ତି। ତାଙ୍କର ଏହି ମହତ୍ କାର୍ଯ୍ୟ ସମାଜ ପାଇଁ ଏକ ପ୍ରେରଣାଦାୟୀ ଉଦାହରଣ ହୋଇ ରହିବ।

Latest Stories